ବିଜେପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ହାଇଟେକ ବସରେ ରୋଡ ସୋ କରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲୋକଙ୍କୁ ସମ୍ବୋଧିତ କରିବା ସହ ଆପଣମାନେ ଖୁସି ତ ବୋଲି ପଚାରିଛନ୍ତି ନବୀନ | ଏହା ସହ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମୈଦାନକୁ ଓଲ୍ଲାହିଁ ଭୋଟ ଭିକ୍ଷା କରିଛନ୍ତି | ଆଜି ଓ ଆସନ୍ତାକାଲି ୨ ଦିନ ଧରି ବିଜେପୁରରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ | ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବେ | ପ୍ରଚାରର ଦ୍ୱିତୀୟ ଦିନରେ ଗାଇସିଲଟ ବ୍ଲକରେ ପ୍ରଚାର କରି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ଫେରିିବେ ବିଜେଡି ସୁପ୍ରିମୋ |
ଅନ୍ୟପଟେ ବିଜେଡିର ହାଇଟେକ୍ ପ୍ରଚାରକୁ ଟକ୍କର ଦେବାକୁ ଶୁକ୍ରବାର ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ | ରୋଡ ସୋ’ କରି ଧର୍ମେନ୍ଦ୍ର ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଭୋଟ ମାଗିବେ | ଏହାପୂର୍ବରୁ ଗାଇସିଲଟ ନିର୍ବାଚନ ସଭାରେ ଧର୍ମେନ୍ଦ୍ର ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ । ନବୀନ କାହିଁକି ବିଜେପୁର ଆସନ ଛାଡିଦେଲେ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ଧର୍ମେନ୍ଦ୍ର |

LEAVE A REPLY

Please enter your comment!
Please enter your name here