ଜାମ୍ମୁ ଓ କାଶ୍ମୀରରେ ପୁଣିଥରେ ମାଓବାଦୀ ଓ ସେନା ମଧ୍ୟରେ ହୋଇଛି ଗୁଳି ବିନିମୟ. ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାରେ ଚାଲିଥିବା ଏହି ଗୁଳି ବିନିମୟରେ ସେନା ଗୁଳିରେ ଟଳିଛନ୍ତି ଦୁଇଜଣ ଆତଙ୍କବାଦୀ. ରିପୋର୍ଟ ଅନୁସାରେ, ଶନିବାର ସକାଳୁ, ତିକ୍କେନ ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ବିଭାଗ ସୁରକ୍ଷା ବାହିନୀକୁ ସୂଚନା ଦେଇଥିଲା. ଏହି ଖବର ପାଇବା ମାତ୍ରେ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଓ ସ୍ପେଶାଲ ଅପରେସନ ଗ୍ରୁପର ଟିମ ସେହି ସ୍ଥାନରେ ପହଞ୍ଚିଯାଇଥିଲେ. ଆତଙ୍କବାଦୀମାନେ ସେନାକୁ ଦେଖିବା ମାତ୍ରେ ଗୁଳିଚାଳନା କରିବା ଆରମ୍ଭ କରିଦେଇଥିଲେ. ଅନ୍ୟପଟେ ସେନା ମଧ୍ୟ ମାଓବାଦୀଙ୍କୁ ପାଲଟା ଜବାବ ଦେଇଥିଲା. ଫଳରେ ଦୁଇ ଆତଙ୍କବାଦୀ ସେନା ଗୁଳିରେ ଟଳି ପଡିଥିଲେ. ମୃତ ଦୁଇ ଆତଙ୍କବାଦୀଙ୍କ ନାମ ଲିୟାକତ୍ ଅହମ୍ମଦ ଓ ଅନ୍ୟ ଜଣକ ନାମ ବାଜିଦ୍. ତେବେ ଏହି ଦୁଇ ଆତଙ୍କବାଦୀ ପୁଲୱାନା ଅଞ୍ଚଳର ବୋଲି ଜଣାପଡିଛି.

 

LEAVE A REPLY

Please enter your comment!
Please enter your name here