ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶେଷତଃ ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳିର ଶେରଗଡ ଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନ୧୧ଟାରେ ଗଞ୍ଜାମର ଶେରଗଡରେ ପହଞ୍ଚିବା ପରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେଠାରେ ସେ ଶେରଗଡରେ ୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆଇଟିଆଇ ସରକାରୀ କଲେଜ, ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଦକ୍ଷତା ବିକାଶ କେନ୍ଦ୍ର, ୮ କୋଟି ଟଙ୍କା ବ୍ୟୟରେ ନନ୍ଦିନି ନାଳରେ ହେବାକୁ ଥିବା ବ୍ରିଜର ଶିଲାନ୍ୟାସ କରିଥିଲେ । ସେହିପରି ୧୫ ଲକ୍ଷ ଟଙ୍କା ବ୍ୟୟରେ ଶେରଗଡ୍ ଆଲୋକୀକରଣ ପ୍ରକଳ୍ପ, ୧୧ କୋଟି ଟଙ୍କା ବ୍ୟୟରେ ଋଷିକଲ୍ୟା ନଦୀରେ ହେବାକୁ ଥିବା ଏକ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବା ସହ ୨୫ ଲକ୍ଷ ଟଙ୍କା ବ୍ୟଯରେ ନିର୍ମିତ ଶେରଗଡ ପଞ୍ଚାୟତ ଭବନର ଉଦଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here