ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ବିମାନ ଦୁର୍ଘଟଣା ହେଉଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା । ୨୦୧୩ରେ ରାଜସ୍ଥାନରେ ହୋଇଥିବା ଯୁଦ୍ଧ ବିମାନ ଦୁର୍ଘଟଣାର ଏହା ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ତାଙ୍କ ମତରେ ପାଇଲଟମାନେ ବହୁମାତ୍ରାରେ ସୋସିଆଲ ମିଡିଆର ବ୍ୟବହାର କରୁଥିବାରୁ ସେମାନଙ୍କର ନିଦ କମିଯାଉଛି । ଫଳରେ ବିମାନ ଚଳାଇବାବେଳେ ନିଦ ଆସିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହେଉଛି । ଯଦିଓ ଏହା କୌଣସି ଗବେଷଣା ଭିତ୍ତିକ ତଥ୍ୟ ନୁହେଁ ତେବେ ବେଙ୍ଗାଲୁରରେ ଇଣ୍ଡିଆନ ସୋସାଇଟି ଅଫ ଏରୋସ୍ପେଶ ମେଡିସିନର ୫୭ ତମ ସମ୍ମିଳନୀରେ ଯୋଗଦେବା ଅବସରରେ ଧନୱା ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here