ରାଜସ୍ଥାନ ସରକାର ମାତ୍ର 95 ଟଙ୍କାରେ ଜିଓ ଫୋନ ଦେବାକୁ ନିଷ୍ପତି ନେଇଛନ୍ତି. ଏହାକୁ  ଭାମାଶାହ ଯୋଜନାରେ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ଥାନ ସରକାର ଘୋଷଣା କରରିଛନ୍ତି. ତାସହ ସରକାରଙ୍କ ଦ୍ୱାରା ଆରମ୍ଭ  ହେଉଥିବା ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ଲୋକମାନେ କିପର ଥଇଥାନ ହୋଇ ପାରିବେ ସେଥି ପାଇଁ ସରକାର ଫୋନ୍ ଦେବା ସହ ମାଗଣା ଓ୍ୱାଇଫାଇ ସେବା ମଧ୍ୟ ଯୋଗାଇ ଦେବେ ବୋଲି ସ୍ଥିର କରିଛନ୍ତି. ତେବେ  30 ସେପ୍ଟେମ୍ବର ସୁଦ୍ଧା ସମସ୍ତ ଜନତାଙ୍କୁ ଫୋନ ପ୍ରଦାନ  କାର୍ଯ୍ୟକ୍ରମ ସାରିବାକୁ ଯୋଜନା କରାଯାଇଛି. ଏଥିପାଇଁ ଗ୍ରାହକଙ୍କୁ ପ୍ରଥମେ 1095 ଟଙ୍କା ଦେବାକୁ ପଡିବ ଏବଂ ଫୋନ କିଣିବା ମାତ୍ରେ 1000 ଟଙ୍କା ବ୍ୟାଙ୍କ ଖାତାକୁ ଫେରସ୍ତ କରାଯିବ. ଅର୍ଥାତ୍, ଗ୍ରାହକ ମାତ୍ର 95 ଟଙ୍କାରେ ଜିଓ ଫୋନ ପାଇପାରିବେ ଯେଉଁଥିରେ ଏହାର ବୈଧତାସୀମା 6 ମାସ ରହିବ,128 ଜିବିର ଡାଟା ପ୍ୟାକ୍ ଏବଂ 500 ଏସଏମଏସ ପ୍ୟାକ୍ ମଧ୍ୟ ମିଳିବ. ଏହି ଫୋନକୁ କିଣିବା ପାଇଁ ଅଟଳ ସେବା କେନ୍ଦ୍ର ପାଖରେ ଥିବା ଏକ ଷ୍ଟଲରେ ଗହଳି ଲାଗିବା ସହ ରାଜସ୍ଥାନବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି.

 

 

LEAVE A REPLY

Please enter your comment!
Please enter your name here