ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ହାପି ସଟର ଡେ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହି ଦୁଇ ଦିନ ପିଲାମାନଙ୍କୁ କିଛି ସୃଜନାତ୍ମକ ଶିକ୍ଷା ପ୍ରଦାନ କରାଯିବ । ସେଥିପାଇଁ ଏହି ଦୁଇ ଦିନ ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିପାରିବେ । ପିଲାମାନଙ୍କ ପାଇଁ ଜ୍ଞାନାତ୍ମକ, ଭାବାତ୍ମକ, କ୍ରୀୟାତ୍ମକ ଏହି ୩ଟି ଦିଗରେ ବିକାଶ ହେବା ଜରୁରୀ । ଏଥିଭିତରୁ ଯଦି କୌଣସି ଗୋଟିଏକୁ ଉପେକ୍ଷା କରାଯାଏ ତେବେ ଅନ୍ୟ ଗୁଡିକ ମଧ୍ୟ ପ୍ରଭାବିତ ହେବ । ଏହାକୁ ନଜରରେ ରଖି ସରକାର ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ‘ହାପି ସଟର’ ଡେ ଭାବେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here