ହାଇଦ୍ରାବାଦ ବିସ୍ଫାରଣ ମାମଲାରେ ସୋମବାର ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।  2007 ମସିହାରେ ଭୟଙ୍କର ବିସ୍ଫୋରଣରେ ସଂଶ୍ଳିଷ୍ଟ ଦୁଇ ଜଣ ଅାତଙ୍କବାଦୀଙ୍କୁ ମେଟ୍ରୋପଲିଟାନ୍ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଅନ୍ୟ ଏକ ଆତଙ୍କବାଦୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

2007 ମସିହା ଅଗଷ୍ଟ 25 ତାରିଖରେ ହାଇଦ୍ରାବାଦର ଗୋକୁଲ ଚାଟ୍ ରେଷ୍ଟୋରାଁ ଏବଂ ଲୁମ୍ବିନୀ ପାର୍କ ସ୍ଥିତ ଏକ ଓପନ୍ ଏୟାର ଥିଏଟରରେ ଦୁଇଟି ବମ ବ୍ଲାଷ୍ଟ ହୋଇଥିଲା । ଏହି ଘଟଣାରେ 44 ଜଣଙ୍କ ମୃତ୍ୟୁ ହେବା ସହ 68 ଜଣ ଆହତ ହୋଇଥିଲେ । ଦ୍ୱିତୀୟ ଅତିରିକ୍ତ ମେଟ୍ରୋପଲିଟାନ୍ ସେସନ୍ କୋର୍ଟର ବିଚାରପତି ଜଷ୍ଟିସ୍ ଟି ଶ୍ରୀନିବାଶ ରାଓ ସେପ୍ଟେମ୍ବର 4 ତାରିଖରେ 11 ବର୍ଷ ପୁରୁଣା ଘଟଣାରେ ଅନିକ୍ ସଫିକ୍ ଓ ମହମ୍ମଦ ଅକବର ଇସମାଇଲ୍ ଚୌଧୁରୀକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

 

 

 

 

 

 

LEAVE A REPLY

Please enter your comment!
Please enter your name here