ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ବୃହତ୍ତମ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ ସୋମବାର ପେଟ୍ରୋଲ ଲିଟର ପିଛା ୧୩ରୁ ୧୪ ପଇସା ଓ ଡିଜେଲ ଲିଟର ପିଛା ୧୪ରୁ ୧୫ ପଇସା ବୃଦ୍ଧି କରିଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୯୧ ପଇସା ଓ ଡିଜେଲ ଦର ୬୯ ଟଙ୍କା ୪୬ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୩୩ ପଇସା ଓ ଡିଜେଲ ଦର ୭୩ଟଙ୍କା ୭୪ ପଇସାରେ ପହଁଞ୍ଚିଛି । ଅନ୍ୟପଟେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ଟଙ୍କା ୭୯ ପଇସା ଓ ଡିଜେଲ ୭୪ଟଙ୍କା ୫୧ ପଇସାରେ ପହଁଞ୍ଚିଛି ।

LEAVE A REPLY

Please enter your comment!
Please enter your name here