ଲୋକପ୍ରିୟ ଧାରାବାହିକ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ଆମ ଗ୍ରହଣରେ ଆଉ ନାହାଁନ୍ତି । ୭୫ ବର୍ଷ ବୟସରେ ସେ ହୃଦାଘାତର ଶୀକାର ହୋଇ ତାଙ୍କର ସୋମବାର ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବାନେଇ ତାଙ୍କ ଝିଅ ସୂଚନା ଦେଇଛନ୍ତି । ଗତକାଲି ରାତି ପ୍ରାୟ ୯ଟାବେଳେ ପ୍ରବୀଣ ହୃଦଘାତର ଶୀକାର ହେବା ସହ ତାଙ୍କର ମୃତ୍ୟୁ ହୋଇଛି ବୋଲି ଝିଅ ସୂଚନା ଦେଇଛନ୍ତି । ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିବା ସହ ଫିଲ୍ମ ସେହେନ୍ସାରେ ପ୍ରବୀଣ ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରିଥିଲେ । ସେହିପରି ଧର୍ମେନ୍ଦ୍ରଙ୍କ ସହିତ ମଧ୍ୟ ଅଭିନୟ କରିଛନ୍ତି ପ୍ରବୀଣ । ଅଭିନୟ ଦୁନିଆରେ ପାଦ ରଖିବା ପୂର୍ବରୁ ପ୍ରବୀଣ ଡିସକସ ଥ୍ରୋ ଖେଳୁଥିଲେ । ସେ ୪ଥର ଏସିଆନ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ପଦକ ହାସଲ କରିଛନ୍ତି । ୧୯୬୮ , ୧୯୭୨ ଅଲମ୍ପିକ୍ସରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ । ପ୍ରବୀଣ ଅର୍ଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । ୨୦୧୩ରେ ସେ ଆମ ଆଦମୀ ପାର୍ଟି ଟିକେଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିଥିଲେ ।