ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଦୁର୍ନୀତି ଏବଂ ଅପାରଗତା ପାଇଁ ଏହି ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ଦିଆଯାଇଥିବା ସରକାରୀ ଅଧିକାରୀମାନେ ହେଲେ , ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ । ବାଲିକୁଦା ବ୍ଲକ ସିଡିପିଓ ସରଳା ଦେଇ, ବାଲିକୁଦା ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁ, ଅନୁଗୁଳ ପିଟିସି ପୋଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ସଦର ତହସିଲ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଅଧିକାରୀଙ୍କୁ ଦୁର୍ନୀତି ଏବଂ ଅପାରଗତା ପାଇଁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଗଲାଣି ।

LEAVE A REPLY

Please enter your comment!
Please enter your name here