ଗତ ଦଶଦିନ ଧରି ନିଖୋଜ ଥିବା ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ବାମୀ ଅମିତ ସାହୁ ପତ୍ନୀ ସାନା ଖାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ନାଗପୁର ବିଜେପିର ସଂଖ୍ୟାଲଘୁ ସେଲ୍ ସଦସ୍ୟା ଥିବା ସାନା ଖାନ୍ ଗତ 1 ତାରିଖରୁ ନିଖୋଜ ଥିଲେ । ସେ ତାଙ୍କ ସ୍ବାମୀ ଅମିତ ସାହୁଙ୍କୁ ଭେଟିବାକୁ ଜବଲପୁର ଯାଇ ଆଉ ଫେରି ନ ଥିଲେ । ଯଦିଓ ଗତ 1 ତାରିଖରେ ସେ ନାଗପୁର ଫେରିବା ପାଇଁ ବସ୍ ଧରିଥିଲେ ଏବଂ ବସ୍ ଧରିବା ପରେ ତାଙ୍କ ମାଆଙ୍କୁ ଫୋନ କରି କଥା ହେଇଥିଲେ, କିନ୍ତୁ ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ନାଗପୁର ପୋଲିସ ସାନା ଖାନଙ୍କ ନିଖୋଜ ରହସ୍ୟ ଉନ୍ମୋଚନ କରିବା ସହ ତାଙ୍କ ସ୍ବାମୀ ଅମିତ ସାହୁକୁ ଗିରଫ କରିଛି । ଅମିତ ସ୍ବୀକାର କରିଛି ଯେ, ସେ ତାଙ୍କ ପତ୍ନୀ ସାନା ଖାନଙ୍କୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦେଇଥିଲେ । ଏହି ହତ୍ୟାକାଣ୍ଡରେ ତାଙ୍କୁ ଆଉ ଜଣେ ବ୍ୟକ୍ତି ସହଯୋଗ କରିଥିଲେ । ତେବେ ସାନାଙ୍କ ମୃତ ଦେହ ଏଫର୍ଯ୍ୟନ୍ତ ପୋଲିସ ଠାବ କରିପାରିନାହିଁ ।

LEAVE A REPLY

Please enter your comment!
Please enter your name here