
ଆସନ୍ତା ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୪ରେ ଭୁବନେଶ୍ଵରAIIMSର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜବାହରଲାଲ ନେହରୁ ଇନ୍ଡୋର ହଲ୍ରେ ଅୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ ଉତ୍ସବ ଓ କଳିଙ୍ଗ ରତ୍ନ ୨୦୨୪ ପୁରସ୍କାର ଉତ୍ସବରେ ମଧ୍ୟ ଯୋଗ ଦେବେ ।












