ହରିୟାଣାର ଫରିଦାବାଦରେ ଅଭାବନୀୟ ଘଟଣା । ଜଣେ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରି ହତ୍ୟା କଲେ ଦୁବୃର୍ତ୍ତ । ବି.କମ୍ ଶେଷ ବର୍ଷର ଛାତ୍ରୀ ନିକିତା ପରୀକ୍ଷା ଦେଇ ଘରକୁ ଫେରୁଥିବା ସମୟରେ ଗୁଳି କରି କରି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ କଲେଜ ସାମ୍ନାରେ କିଛି ଦୁବୃର୍ତ୍ତ କାରରେ ନିକିତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ନିକିତା ସାହାସ ଦେଖାଇ ସେମାନଙ୍କଠାରୁ ମୁକୁଳିବାକୁ ଅନେକ ଚେଷ୍ଟା କରିଥିଲେ । ନିକିତାଙ୍କ ସାଙ୍ଗ ମଧ୍ୟ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ସବୁ ଚେଷ୍ଟା ବିଫଳ ହୋଇଥିଲା । ଅପହରଣ କରି ନପାରିବାରୁ ଶେଷରେ ଗୁଳି ଚଳାଇଥିଲେ ଦୁବୃର୍ତ୍ତ । ସେଠାରେ ନିକିତା ଟଳି ପଡିଥିଲେ । ଘଟଣାବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜଣେ ଯୁବକ ନିକିତାଙ୍କ ଏକ ତରଫା ପ୍ରେମ କରୁଥିଲା । ୨୦୧୮ରେ ଏନେଇ ଥାନାରେ ଏତଲା ହୋଇଥିଲା । ନିକିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here