୨୦ ୟୁଟ୍ୟୁବ୍ ଚ୍ୟାନେଲ ଓ ୨ଟି ୱେବସାଇଟକୁ ବ୍ଲକ କଲେ କେନ୍ଦ୍ର ସରକାର । ଫେକ୍ ନ୍ୟୁଜ୍ ଓ ଦେଶ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ଚ୍ୟାନେଲ ବ୍ଲକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ସମ୍ପୃକ୍ତ ୱେବ ଚ୍ୟାନେଲ ଓ ୱେବସାଇଟ୍ଗୁଡିକ ପାକିସ୍ତାନରୁ ପରିଚାଳିତ ହେଉଥିଲା । ଚାଷୀ ଆନ୍ଦୋଳନ, କନ୍ନୁର କ୍ରାସ, କାଶ୍ମୀର ସମ୍ପର୍କରେ ଫେକ୍ ନ୍ୟୁଜ୍ ପରିବେଷଣ କରିଆସୁଥିଲେ ସମ୍ପୃକ୍ତ ଚ୍ୟାନେଲ । ଏପରିକି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗଗୁଡିକ ଉପରେ ବିଭ୍ରାନ୍ତିକର ଖବର ପରିବେଷଣ କରିବା ଏବଂ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟକୁ ଉସୁକାଇବା ଭଳି ଖବର ଏହିସବୁ ଚ୍ୟାନେଲରେ ପ୍ରସାରିତ ହେଉଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା ଓ କେନ୍ଦ୍ର ସରକାରଙ୍କ ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଚ୍ୟାନେଲ ଓ ଓ୍ବେବସାଇଟଗୁଡିକର କାର୍ଯ୍ୟବିଧି ଯାଞ୍ଚ କରିବା ପରେ ବ୍ଲକ କରିବାକୁ ନିଷ୍ପତ୍ତି ନେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହିସବୁ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଭାରତ ବିରୋଧୀ ଅଭିଯାନ ଚଳାଇଥିଲା ପାକିସ୍ତାନ । ସୋସିଆଲ ମିଡିଆରେ ଏମିତି ଏକ ନେଟଓ୍ବର୍କ ଜରିଆରେ ପାକିସ୍ତାନ ଭାରତରେ ବିଭାଜନକାରୀ ଶକ୍ତିକୁ ଉତ୍ସାହିତ କରିଆସୁଥିଲା ।

LEAVE A REPLY

Please enter your comment!
Please enter your name here