ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୭୬ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮୨, ଲୋକାଲ କେସ୍ ୬୯୪ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୫୦ ହଜାର ୬୭୨କୁ ବୃଦ୍ଧି ହୋଇଛି । କରୋନାରୁ ୩୪,୮୦୫ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୧୫,୫୦୯ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୬୦, ସୁନ୍ଦରଗଡ-୧୧୯, କଟକ-୧୦୯, ନୟାଗଡ-୧୦୫, ରାୟଗଡା-୯୮, ବାଲେଶ୍ୱର-୮୧, ପୁରୀ-୮୦, କୋରାପୁଟ-୭୭,ଗଜପତି-୭୧ ଓ ମୟୂରଭଞ୍ଜରୁ ୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା-୫୮, ଯାଜପୁର-୫୩, ଓ ଭଦ୍ରକରୁ ୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୪୧, ସମ୍ବଲପୁର ଓ ଢେଙ୍କାନାଳରୁ ୩୬ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର-୩୧, ନବରଙ୍ଗପୁର ଓ କନ୍ଧମାଳରୁ ୩୦ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର-୨୬, ମାଲକାନଗିରି-୨୪ ଓ ସୁବର୍ଣ୍ଣପୁରରୁ ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝର-୨୧, ଅନୁଗୁଳ ଓ ବରଗଡରୁ ୧୫ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ-୧୦, ଝାରସୁଗୁଡା-୬ , ନୂଆପଡା-୩, ଓ ଦେବଗଡରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଙ୍କ୍ରମଣରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ । ରାୟଗଡାରୁ୨, ଅନୁଗୁଳ , ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here