ଘୂର୍ଣ୍ଣିଝଡ ‘ଗାଜା’କୁ ନେଇ କେନ୍ଦ୍ର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୫ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀଙ୍କୁ ଫେରିଆସିବାକୁ କୁହାଯାଇଛି। ସେହିପରି ସମୁଦ୍ର ନିକଟରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ୧୪ରୁ ୧୬ ତାରିଖ ପର୍ୟ୍ୟନ୍ତ ବର୍ଷାର ଚେତାବନୀ ଦିଆଯାଇଛି। ଏହାଏବେ ଚେନ୍ନାଇର ଉତ୍ତରପୂର୍ବରେ ୭୩୦ କିଲୋମିଟର ଦୂରରେ ରହିଛି। ଏହା ୧୪ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳ ଛୁଇଁବା ସହ ସେଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ କିନ୍ତୁ ଉପକୂଳବର୍ତ୍ତି କେତେକ ସ୍ଥାନରେ ସମାନ୍ୟ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here