ଅନୁଗୁଳ ଜିଲ୍ଲା ପାଲଲହଡା ସ୍ଥିତ ଖମାର ଥାନା ଆଲୋରୀ ଗାଁରେ ଦୁଃଖଦ ଘଟଣା । କୁଅରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଶିଶୁ ହେଲେ ୪ ବର୍ଷର ପଲ୍ଲବୀ କିଶାନ ଓ ୩ ବର୍ଷର ଲଭଲୀ କିଶାନ ।
ସୁଚନାଅନୁସାରେ, ସୋମବାର ଅପରାହ୍ନରେ ଆଲୋରୀ ଅଙ୍ଗନବାଡି କେନ୍ଦ୍ରରୁ ତିନିଜଣ ଶିଶୁ ସାଙ୍ଗ ହୋଇ ନିଜ ସାହି ଅର୍ଜ୍ଜୁନଝରିକୁ ଫେରୁଥିଲେ । ଘରୁକୁ ଫେରିବା ସମୟରେ ନିକଟସ୍ଥ କୂଅରେ ପଡ଼ି ଯାଇଥିଲେ ଦୁଇ ଶିଶୁ କନ୍ୟା । ତାଙ୍କ ସହ ଥିବା ଅନ୍ୟ ଜଣେ ଶିଶୁ ଏନେଇ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲା । ଗ୍ରାମବାସୀ କୂଆ ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ଉଭୟ ପଲ୍ଲବୀ କିଶାନ୍‌ ଓ ଲଭଲୀ କିଶାନ୍‌କୁ ମୃତ ବୋଲି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here