ସୁନା ଦୋକାନୀଙ୍କ ଘରେ ଲୁଟ୍ । ଦୁଇ ଜଣଙ୍କୁ ଗୁଳି ମାଡ କରି ଘରୁ ସୁନା ଅଳଙ୍କାର ଚୋରି କରିନେଇଛନ୍ତି ଦୃବୁର୍ତ୍ତ । ବାଲେଶ୍‌ବର ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ପ୍ରାୟ ୨ଟା ସମୟରେ ଚୋରମାନେ ସନାତନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ । ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଚୋରକୁ ଦେଖି ଘର ଲୋକମାନେ ଚିତ୍କାର କରିଥିଲେ । କିଛି ଗ୍ରାମବାସୀ ସେଠାକୁ ଧାଇଁ ଆସିଥିଲେ । ଏତିକିବେଳେ ଦୁଇ ଜଣ ଗ୍ରାମବାସୀଙ୍କୁ ଚୋରମାନେ ଗୁଳିମାଡ କରିଥିବା ଜଣାପଡିଛି । ଗୁରୁତର ହୋଇ ଦୁଇ ଜଣ ବ୍ୟକ୍ତି ପ୍ରଥମେ ବାଲେଶ୍ୱର ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତନାଘନା ଆରମ୍ଭ କରିଛି । ୮ରୁ୧୦ ରାଉଣ୍ଡ ଗୁଳିମାଡ କରି ଦୁର୍ବୃତ୍ତ ଫେରାର । ବାଇକ, ଗୁଳି ଓ ମୋବାଇଲ ଜବତ କଲା ପୋଲିସ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ

LEAVE A REPLY

Please enter your comment!
Please enter your name here