ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ସଂପୃକ୍ତ ୩ ଜଣ ସାର୍ପସୁଟରଙ୍କୁ ବିହାରରୁ ଗିରଫ କରିଛି ତଦନ୍ତକାରୀ ଟିମ୍। ଏହି ଘଟଣାରେ ବିହାର ଓ ଉତ୍ତରପ୍ରଦେଶର ଅପରାଧୀଙ୍କ ସହ ସଂଗଠିତ ଲିଙ୍କ୍ ଥିବା ନେଇ ପର୍ଦ୍ଦାଫାସ ହୋଇଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଡିଜିଟାଲ୍ ଫୁଟ୍‌ପ୍ରିଣ୍ଟ ମୁଖ୍ୟ ଭୂମିକା ଗ୍ରହଣ କରିଛି। ହାୱଡାର ବେଲି ଟୋଲ୍ ପ୍ଲାଜା ନିକଟରେ କରାଯାଇଥିବା ଏକ UPI କାରବାରରୁ ପୋଲିସକୁ ହତ୍ୟାକାରୀଙ୍କ ଗତିବିଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଏହି ଆର୍ଥିକ କାରବାରର ରେକର୍ଡକୁ ଆଧାର କରି CID ଏବଂ STFର ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗିରଫ ୩ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋଲକାତା ଅଣାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ‘ଭବାନୀ ଭବନ’ରେ ସେମାନଙ୍କୁ ସାରାରାତି ଜେରା କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡବୋଲି ପୋଲିସ ପ୍ରାଥମିକ ଭାବେ ଅନୁମାନ କରୁଛି।

LEAVE A REPLY

Please enter your comment!
Please enter your name here