କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ଅଜଣା ନମ୍ବରରେ ହ୍ୱାଟସଆପ ନମ୍ବରରେ ମେସେଜ କରି କେହି ଧମକ ଦେଇଛି । ୧୦ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବେ ବୋଲି ଧମକ ଆସିଛି । ଏହି ଘଟଣା ସମ୍ପର୍କରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ। ତେବେ କିଏ ହତ୍ୟା ଧମକ ଦେଇଛି ପୋଲିସ ଖୋଳତାଡ ଆରମ୍ଭ କରିଛି । ସୁଚନାଅନୁସାରେ, ଚଳିତ ନିର୍ବାଚନରେ ଅନୁଭବ ମହାନ୍ତି ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ୍ ୨୯ ତାରିଖରେ ତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇସାରିଛି।

LEAVE A REPLY

Please enter your comment!
Please enter your name here