ଦୀପାବଳିରେ ଫୁଟିବ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଆଜି ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଅଲ୍ ଓଡିଶା ଫାୟାର ଡିଲର ଆସୋସିଏସନ ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ବାଣ ଫୁଟାଇବା ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣା ନେଇ କୋର୍ଟରେ ଅପିଲ କରିଥିଲା ଆସୋସିଏସନ । ତେବେ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପେସୋ – ପେଟ୍ରୋଲିୟମ ଆଣ୍ଡ୍ ଏକ୍ସପ୍ଲୋସିଭ ସେଫ୍ଟି ଅରଗାଇନେଜନ ଦ୍ବାରା ଅନୁମୋଦିତ ଗ୍ରୀନ କ୍ରାକର କେବଳ ଫୁଟାଯାଇପାରିବ ।
କୋଭିଡ କଟକଣା ନାଁରେ ଦୀପାବଳିରେ ବାଣ ଫୁଟାଇବା ଉପରେ ସରକାର ଜାରି କରିଥିବା କଟକଣା କୋହଳ କରିବାକୁ ପୂର୍ବରୁ ଅନୁରୋଧ କରାଯାଇଥିଲା । କଟକଣା ହେଲେ ବାଣ ବ୍ୟବସାୟ ବାଧାପ୍ରାପ୍ତ ହେବ ଏବଂ ବାଣ ବ୍ୟବସାୟରେ ଜଡିତ ଲକ୍ଷ ଲକ୍ଷ ଗରିବ ଲୋକ ଆର୍ଥିକ କ୍ଷତିଗ୍ରସ୍ତ ହେବେ ।

LEAVE A REPLY

Please enter your comment!
Please enter your name here