ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଭା । ଓଡିଶା ପ୍ରଦେଶର ପ୍ରଥମ ଅଧିବେଶନ ଓଡିଶା ବ୍ରାହ୍ମଣ ସମିତି ତଥା ଓଡିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ୟରେ କଟକ ଗଡ ଗଡେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଓଡିଶା ବ୍ରାହ୍ମଣ ସମିତି ସଭାପତି ମନୋଜ ପାଣିଗ୍ରାହୀ ତଥା ଉପ ସଭାପତି ଆଚାର୍ଯ୍ୟ ଅଶୋକ ମିଶ୍ରଙ୍କ ଆହ୍ୱାନରେ ରାଜ୍ୟର କୋଣ ଅନୁକୋଣରୁ ବ୍ରାହ୍ମଣ ମାନେ ଏକତ୍ରିତ ହୋଇଥିଲେ । ମନୋଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବେଦଧ୍ୱନୀ ସହିତ ଦୀପ ପ୍ରଜ୍ୱଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା । ସମଗ୍ର ବିଶ୍ୱରେ ବ୍ରାହ୍ମଣ ସମାଜର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ମୁଖ୍ୟ ଅତିଥି ପଣ୍ଡିତ ବିଚିତ୍ରାନନ୍ଦ ଛୋଟ ଛୋଟ ସଂଗଠନ ଗୁଡିକ ଏକତ୍ରିତ ହୋଇ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ତରଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା କଟ୍ଟର ପ୍ରକୋଷ୍ଠ ପ୍ରଭାରୀ ପଣ୍ଡିତ ରାମଶଙ୍କର ସମ୍ପାଦକ ଭାବେ ବ୍ରାହ୍ମଣ ସମାଜ କଲ୍ୟାଣରେ ବ୍ରାହ୍ମଣଙ୍କର ଭୂମିକା ବିଷୟରେ ଅବଗତ କରାଇଥିଲେ । ପ୍ରଦେଶ ପ୍ରବକ୍ତା ମନୋଜ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଓଡିଶା ବ୍ରାହ୍ମଣ ମହାସଂଘର କଟକ ଜିଲ୍ଲା ସଭାପତି ପ୍ରମୋଦ ମିଶ୍ର ତଥା ମହିଳା ଆୟୋଗର ସଭାପତି ସସ୍ମିତା ଦାଶ ଓ ବିଶ୍ୱ ବ୍ରାହ୍ମଣ ସଂସ୍ଥାର ସଭାପତି ତଥା ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ବକ୍ତବ୍ୟରେ ବ୍ରାହ୍ମଣ ସମାଜକୁ ଏକତ୍ରିତ ହୋଇ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଉକ୍ତ ସଭାରେ ଓଡିଶା ତଥା ବିଶ୍ୱର ସମଗ୍ର ବ୍ରାହ୍ମଣ ସମାଜ ଅନ୍ତରାଷ୍ଟ୍ରୀୟ ମହାସଂସ୍ଥାର ବ୍ରାହ୍ମଣ ଯୋଡୋ ଅଭିଯାନରେ ନିଜକୁ ସମ୍ମିଳିତ ହୋଇ ମହିତ କାର୍ଯ୍ୟକୁ ସଫଳ କରିବା ପାଇଁ ସଭାପତି ଅନୁରୋଧ କରିଥିଲେ । ଏବଂ ପରିଶେଷରେ ଓଡିଶାର କୋଣ ଅନୁକୋଣରୁ ଆସି ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ପ୍ରାୟ ୩୨୭ ବ୍ରାହ୍ମଣକୁ ଧନ୍ୟବାଦ ଅର୍ପଣ କରିବା ସହ ସଦସ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ସଭାରେ ପ୍ରଦେଶର ସଚ୍ଚିବ ଅମୀୟ ରଞ୍ଜନ ଶତପଥି,ପ୍ରଦେଶ ପ୍ରଭାରୀ ରାଜେନ୍ଦ୍ର ଦାଶ,କଟକ ଜିଲ୍ଲା ଉପାଧ୍ୟକ୍ଷ ବିଶ୍ୱନାଥ କର,ଜଗତସିଂହପୁର ଜିଲ୍ଲା ଅଧ୍ୟକ୍ଷ ପଣ୍ଡିତ ଅଜିତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here