ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୬ରେ ଆରମ୍ଭ ହୋଇ ଜୁନ୍ ୨୦ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବ । ରାଜ୍ୟରେ ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଛାତ୍ରଛାତ୍ରୀ ମାନେ ନିଜ ପସନ୍ଦ ଅନୁଯାଇ କଳା,ବାଣିଜ୍ୟ,ବି ଜ୍ଞାନ,ଧନ୍ଦା ମୁଳକ ପାଠ ପାଇଁ ଆବେଦନ କରିପାରିବେ । ଗତଥର ଅପେକ୍ଷା ଏଥର ପରିକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଥିବାରୁ ଆବେଦନ କରିବା ପ୍ରକ୍ରିୟା ବିଳମ୍ବ ହୋଇଛି । ନାମଲେଖା ଆବେଦନ ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଫିସ୍ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତିନି ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀମାନେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ
www.samodisha.gov.in ୱେବସାଇଟ୍‌କୁ ଯିବାକୁ ପଡ଼ିବ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ହେଉଛି ଜୁନ୍ ୨୦। ଆବେଦନ ପ୍ରକି୍ରୟା ଶେଷ ହେବାପରେ ଜୁନ୍ ୨୬ରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ ଓ ଦ୍ୱତୀୟ ମେରିଟ୍ ଲିଷ୍ଟ୍ ଜୁଲାଇରେ ପ୍ରକାଶ ପାଇବ । ସେହିପରି ଜୁଲାଇ ୧୬ରୁ ବଳକା ସିଟ୍ ତାଲିକା ପ୍ରକାଶ ପାଇବ । ସମସ୍ଥ ଛାତ୍ରଛାତ୍ରୀଙ୍କ ନାମଲେଖା ସମାପ୍ତି ପରେ ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here