ଫ୍ଲାଇଂ ସ୍କ୍ୱାର୍ଡ ଉପରକୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ରୂପ୍ସା ଅନ୍ତର୍ଗତ ପାଟପୁର ଗ୍ରାମରେ ଏହି ଘଟଣା ଘଟିଛି । ଆକ୍ରମଣବେଳେ ଗଞ୍ଜେଇ ବେପାରୀ ମଣ୍ଟୁ ପ୍ରଧାନ ଫେରାର ହୋଇଯାଇଛି । ରପୂସା ଗ୍ରାମରେ ଗଞ୍ଜେଇ ବେପାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହା ପରେ ବିଭାଗର ଫ୍ଲାଇଁ ସ୍କ୍ୱାର୍ଡ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଗ୍ରାମବାସୀମାନେ ଅଧିକାରୀମାନଙ୍କୁ ଓଲଟା ଆକ୍ରମଣ କରିଥିଲେ । ଏହା ସହିତ ଜବତ ହୋଇଥିବା ଗଞ୍ଜେଇ ଛଡ଼ାଇ ନେବା ସହିତ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଏହି ସମୟରେ ମଉକା ଦେଖି ବ୍ୟବସାୟୀ ମଣ୍ଟୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଆକ୍ରମଣରେ କିଛି ଅଧିକାରୀ ଆହତ ହୋଇଛନ୍ତି । ଏ ନେଇ ଥାନା ଅଭିଯୋଗ କରାଯାଇଛି । ପୋଲିସ ମଣ୍ଟୁକୁ ଧରିବାକୁ ତନାଘନା ଆରମ୍ଭ କରିଛି ।