ଆଉ କେତେ ଦୁଃଖ ଦେବ କରୋନା । ସାମ୍ନାକୁ ଆସିଲା ପୁଣି ହୃଦୟ ବିଦାରକ ଖବର । ଭୟାବହ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୮ଦିନର ଯାଆଁଳା ଶିଶୁ । ଉଭୟ କରୋନା ଆକ୍ରାନ୍ତ ଶିଶୁଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଯେତେବେଳେ ଏହି ଦୁଇ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ । ସେତେବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଲକ୍ଷଣ ଦେଖାଗଲା ସେତେବେଳେ ଆରଟି ପିସିଆରରେ ଟେଷ୍ଟ କରାଯାଇଥିଲା । ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ଦୁଇ ଯାଆଁଳା ଶିଶୁକୁ ପ୍ରଥମେ ସମ୍ବଲପୁରରୁ ଝାରସୁଗୁଡାକୁ ଟ୍ରାନ୍ସଫର କରାଗଲା ଏବଂ ଝାରସୁଗୁଡାରେ ଚିକିତ୍ସାର ଉପଲବ୍ଧ ନହେବାରୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏହି ଦୁଇ ଶିଶୁଙ୍କୁ ।

LEAVE A REPLY

Please enter your comment!
Please enter your name here