ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡି ଦର୍ଶନ ବ୍ୟବସ୍ଥା । ପ୍ରଥମ ଦିନରେ ଏହାକୁ ସାମୟିକ ବିରୋଧ କରାଯାଇଥିବାବେଳେ ଜଗନ୍ନାଥ ସେନା ପକ୍ଷରୁ ୩ ତାରିଖ ଦିନ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ବୁଧବାର ତାର ଉଗ୍ରରୂପ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ବଢିବାରେ ଲାଗିଛି । ଫଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ପୋଲିସ ବଡଦାଣ୍ଡରେ ମାର୍ଚ୍ଚପାଷ୍ଟ କରିଛି । ପୋଲିସ କବଳରୁ ପୁରୀ ସହର ଖସି ଯାଇଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ସିଂହଦ୍ୱାର ନିକଟରେ ରହିଥିବା ସୁଚନା ଓ ଲୋକସମ୍ପର୍କ ବିଭାଗର ସୁଚନା କେନ୍ଦ୍ରକୁ ନିଆଁ ଲଗାଇଦିଆଯାଇଛି । ଅଗ୍ନିଶମ ଗାଡିକୁ ସେନା ପକ୍ଷରୁ ଭଙ୍ଗାରୁଜା କରାଯିବା ସହ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ନିୟୋଗରେ ରହିଥିବା ପୋଲିସ ଶେଷରେ ବାହାରକୁ ବାହାରିଛି । ପୋଲିସ ଲାଠିଚାର୍ଜ କରିବା ଫଳରେ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି । ଲୋକମାନଙ୍କ ଉପରକୁ ମଧ୍ୟ ଟେକାପଥର ମାଡ କରାଯାଉଛି । ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।
ପୋଡାଜଳା, ଭଙ୍ଗାରୁଜା ଯୋଗୁ ପୁରୀ ସହରର ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ସହିତ ତାଙ୍କ ଘର ଆଗରେ ଲୋକେ ବିକ୍ଷୋଭ କରିଛନ୍ତି । ସେହିପରି ପୁରୀ ଏସପିଙ୍କ ଅଫିସ ଗେଟରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିବା ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ, ସିଂହଦ୍ୱାର ଥାନାକୁ ମଧ୍ୟ ଆକ୍ରମଣ କରିଛନ୍ତି । ବଡଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟ ଗୁଡିକରେ ଲୋକେ ନିଆଁ ଲଗାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here