ଏଣିକି ସବୁ ସରକାରୀ ସ୍କୁଲ ପିଲାଙ୍କୁ ଜୋତା, ଡ୍ରେସ ଓ ପରିଚୟପତ୍ର ମିଳିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଆଜି ନୂତନ ଘୋଷଣା କରିଛନ୍ତି। ଏଣିକି ସମସ୍ତ ସରକାରୀ ସ୍କୁଲର ପିଲାମାନଙ୍କୁ ଜୋତା, ଡ୍ରେସ୍ ଓ ପରିଚୟପତ୍ର ମିଳିବ। ପୂର୍ବରୁ କେବଳ ବିପିଏଲ ପିଲାଙ୍କୁ ଡ୍ରେସ୍ ମିଳୁଥିଲା। ଏବେ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଅଭିଭାବକମାନେ ଆକୃଷ୍ଟ ହେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣି ପିଲାମାନଙ୍କୁ ସରକାରୀ ସ୍କୁଲ ଆଡକୁ ଆକୃଷ୍ଟ କରିବାକୁ ଗଣଶିକ୍ଷା ମନ୍ତ୍ରୀ ଆଜି ଏଭଳି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ, ବହି ଆଦି ସୁବିଧା ମଧ୍ୟ ଯୋଗେଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here