ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘ ପକ୍ଷରୁ ବୁଧବାର ଚମ୍ପିୟନ ଅଫ ଦି ଆର୍ଥ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ୨୦୨୨ ସୁଦ୍ଧା ଭାରତକୁ ପ୍ଲାଷ୍ଟିକ ମୁକ୍ତ କରାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ଏହି ସମ୍ମାନ ମିଳିଛି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରନଙ୍କୁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୁଚନା ଅନୁସାରେ ଜାତିସଂଘର ୭୩ତମ ସାଧାରଣ ବୈଠକରେ ଏହି ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here