ମୁଜାଫରପୁର ସେଲଟର ହୋମ୍ ମାମଲାରେ ପୋଲିସ ମୁଖ୍ୟ ଆରୋପୀ ବ୍ରଜେଶ ଠାକୁର ସମେତ ୨୧ ଜଣଙ୍କ ବିରୁଦ୍ଧରେ ପୋକ୍ସୋ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି. ତେବେ ପ୍ରସ୍ତୁତ ହୋଇଥିବା ଚାର୍ଜସିଟ୍ ରେ ସମସ୍ତ ଆରୋପୀଙ୍କ ବିରୁଦ୍ଧରେ ଶକ୍ତ ଆରୋପ ଲଗାଯାଇଛି. ତେବେ ଏମାନେ ଝିଅଙ୍କୁ ଅଶ୍ଲୀଳ ଭୋଜପୁରୀ ଗୀତରେ ନଚାଉଥିଲେ ଏବଂ ନିଶା ଇନେଜକ୍ସନ ଦେଇ ସେମାନଙ୍କ ସହ ଖରାପ ବ୍ୟବହାର କରୁଥିବା ମଧ୍ୟ ପୋଲିସକୁ ସୂଚନା ମିଳିଛି. ସିବିଆଇ ଏସପି ଦେବେନ୍ଦ୍ର ସିଂଙ୍କ ତରଫରୁ ସମସ୍ତ ୨୧ ଜଣ ଅପରାଧୀଙ୍କ ନାମରେ ୧୯ ଡିସେମ୍ବରରେ ଚାର୍ଜସିଟ ଦାଖଲ କରାଯାଇଥିଲା. ତେବେ ସମସ୍ତଙ୍କୁ ଧାରା ୩୨୩, ୩୨୫, ୩୪୧, ୩୫୪, ୩୭୬ ସି ଓ ୩୪ ଏବଂ ପୋକ୍ସୋ ଆକ୍ଟ ୨୦୧୨ ଧାରା ୦୪, ୦୬, ୦୮, ୧୦, ୧୨ ଓ ୧୭ ଅନୁସାରେ ଆରୋପ ଲଗାଯାଇଛି. ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ୧୦୨ ଜଣ ସାକ୍ଷୀଙ୍କୁ ନେଇଛି ଯାହା ଭିତରେ ସେଲଟର ହୋମ୍ ର ୩୩ ଜଣ ପୀଡିତା ସାମିଲ ଅଛନ୍ତି.

LEAVE A REPLY

Please enter your comment!
Please enter your name here