ଚାରଭାଟି ଗ୍ରାମର ଏକ ନାଳରେ ଗାଁର ଝିଅ ବୋହୁମାନେ ଗାଧଉଥିବା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ ଜଣେ ଯୁବକ । ଗଛତଳେ ଲୁଚି ରହି ମୋବାଇଲରେ ଭିଡିଓ ସୁଟିଂ କରି ମଜା ନେଉଥିଲେ । ମାତ୍ର ତାଙ୍କର ଏ ମଜା ବେଶୀ ସମୟ ରହିଲାନି । ଯୁବକଙ୍କ କାରନାମା ସଂପର୍କରେ ଗାଁ ଲୋକଙ୍କୁ ଖବର ମିଳିଗଲା । ବାସ୍, ତା ପରେ ଆରମ୍ଭ ହୋଇଗଲା ଅପରେସନ । ଗ୍ରାମବାସୀ ଯୁବକଙ୍କୁ କାବୁ କରିନେବା ପରେ ଏକଗଛରେ ବାନ୍ଧି ଦେଇଥିଲେ । ତା ପରେ ଆରମ୍ଭ ହୋଇଥିଲା ବିଧା ଗୋଇଠା । ଯିଏ ଯାହା ପାରିଲେ ମାଡ ମାରିବା ପରେ ତାକୁ ବୁଦ୍ଧି ଶିଖେଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଗାଁ ଲୋକେ ତାକୁ ଲଣ୍ଡା କରିଦେଇଥିଲେ । ପରେ ତାକୁ ନେଇ ତା ଗାଁରେ ଶିମିଳିପାଳ ପଞ୍ଚାୟତର କଣ୍ଟିଆପାଲି ଗାଁରେ ଛାଡି ଦେଇଥିଲେ । ତେବେ କଣ୍ଟାମ|ଳ ଥାନାରେ ଏ ସଂପର୍କରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ଆଇଆଇସି ଅଶ୍ୱିନୀ କୁମାର ଭିତିରିଆ ।

LEAVE A REPLY

Please enter your comment!
Please enter your name here