ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରତି ବ୍ଲକରେ ଏବଂ ପ୍ରତି ଘଣ୍ଟାରେ ମୌସୁମୀ ଖବର ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ୨୦୨୧ ଅଗଷ୍ଟ ୧୫ ସୁଦ୍ଧା ସାରାଦେଶକୁ ରାଡାର ମଧ୍ୟକୁ ଆଣିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏବେ ଓଡ଼ିଶାର ପାରାଦୀପ ଓ ଗୋପାଳପୁରରେ ଡପଲର ରାଡାର ଲାଗିଛି । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁରରେ ଡପଲର ରାଡାର ଲଗାଯିବ । ବାଲେଶ୍ୱର ଡିଆରଡିଓ ରାଡାର ଯଦି ବ୍ୟବହାର ନକଲେ ନୂଆ ବସାଯିବ । ପ୍ରତି ବ୍ଲକରେ ଏବଂ ପ୍ରତି ଘଣ୍ଟାରେ ମୌସୁମୀ ଖବର ଲୋକଙ୍କ ପାଖରେ ପହଂଚାଇବା ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି

LEAVE A REPLY

Please enter your comment!
Please enter your name here