ଉଠିଲା ସପ୍ତାହାନ୍ତ ସଟଡାଉନ୍ । ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଜାରି କରିଥିବା ଗାଇଡଲାଇନରେ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଉଠାଇ ଦେଇଛନ୍ତି । ତେବେ ସାରା ରାଜ୍ୟରେ ପୌରାଞ୍ଚଳରେ ରାତି ଦଶଟାରୁ ସକାଳ ପାଞ୍ଚଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ । ସକାଳ ପାଞ୍ଚଟାରୁ ରାତି ଦଶଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେପ୍ଟେମ୍ବର ଗାଇଡଲାଇନ ସଂପର୍କରେ ସୂଚନା ଦେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କଟକଣା କୋହଳ କରିଛନ୍ତି । ବିବାହ, ବ୍ରତରେ ଅତିଥିଙ୍କ ସଂଖ୍ୟା ଅଢେଇ ଶହ ଲୋକ ସାମିଲ ହୋଇପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ସେହିପରି ବିବାହ ଶୋଭାଯାତ୍ରାରେ ପଚାଶ ଜଣ ଲୋକଙ୍କୁ ଅନୁମତି ମିଳିଛି । ତେବେ ସ୍ଥାନୀୟ ପ୍ରଶାସକଙ୍କ ଅନୁମତିରେ ଏହି ଶୋଭାଯାତ୍ରା ବାହାରି ପାରିବ ।

ସିନେମା ହଲରେ ଯେତିକି ସିଟ୍ ରହିଛି, ସେଥିକି ଦର୍ଶକ ବସିପାରିବେ ।

କୋଭିଡ ଡାଇଡଲାଇନ ଭିତରେ ଇନଡୋର, ଅଡିଟୋରିଅମରେ ମିଟିଂ ହୋଇପାରିବ ।

ମ୍ୟୁଜିଅମ, ପାଠାଗାର ଖୋଲା ରହିବ ।

ସପିଂ ମଲରେ କୋଭିଡ ନିୟମ ଯେପରି ଉଲ୍ଲଂଘନ ନ ହୁଏ, ସେଥିପାଇଁ ମଲ୍ ମାଲିକ ଦାୟୀ ରହିବେ ।

LEAVE A REPLY

Please enter your comment!
Please enter your name here