ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ଆଉ ଚାରୋଟି ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ମା ସମଲାଇ, ମା ବିରଜା, ମା ତାରାତାରିଣୀ ଏବଂ ଶ୍ରୀନୀଳମାଧବଙ୍କ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଚିଠିରେ ଅନୁରୋଧ କରିଛନ୍ତି, ଏହି ଚାରୋଟି ମନ୍ଦିରର ସୁପରିଚାଳନା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସଶକ୍ତ କମିଟି ଗଠନ ହେବା ଆବଶ୍ୟକ । ଓଡିଶାରେ ଥିବା ମନ୍ଦିରଗୁଡିକ ଲୋକଙ୍କ ଧାର୍ମିକ ଭାବନା ଓ ଭାବାବେଗ ସହ ଜଡିତ । ଲକ୍ଷାଧିକ ଶ୍ରଦ୍ଧାଳୁ ଏହିସବୁ ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି । ତେଣୁ ସରକାର ଯଦି ଅଧ୍ୟାଦେଶ ଆଣି ମନ୍ଦିର ପରିଚାଳନାର ଦାୟିତ୍ବ ନିଅନ୍ତେ, ତେବେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ହୋଇପାରିବ । ମନ୍ଦିର ପରିଚାଳନା ପାଇଁ ଉପଯୁକ୍ତ ବଜେଟ, ଯୋଜନା ଓ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରିଲେ ରାଜ୍ୟକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରିବ ।

LEAVE A REPLY

Please enter your comment!
Please enter your name here