ବର୍ଷା ଦିନ । ଉପର ମୁଣ୍ଡରେ ବର୍ଷା ପରେ ଫୁଲି ଉଠିଛି ନାଗାବଳୀ ନଦୀ । ହେଲେ ଏବେ ଆଉ ନାଗାବଳୀ ଅଟକାଇ ପାରୁନି ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ରାୟଗଡା ଜିଲ୍ଲାର କେରେଡା ପଞ୍ଚାୟତବାସୀଙ୍କ ଜୀବନ ଜିବିକାର ବାଟ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ପାଇଁ ରାୟଗଡା ଉପରେ ନିର୍ଭର କରନ୍ତି ସୀମାନ୍ତ ବର୍ତ୍ତି ଅନିଜା,ଆମ୍ପୁଲୱାଲସା ଓ ବୋରହାଲୱା ଗ୍ରାମବାସୀ । ହେଲେ ଡଙ୍ଗା ନଥିବାରୁ ବର୍ଷା ଯାତାୟତ ପାଇଁ ହଟହଟା ହେଉଥିଲେ ଶହ ଶହ ଲୋକେ । ଏହାର ସମାଧାନ ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରୀ କରି ବିଫଳ ହେବା ପରେ ଏବେ ନିଜ ଉଦ୍ୟମରେ ମେସିନ ଚାଳିତ ଡଙ୍ଗା ଚଳାଉଛନ୍ତି କେରେଡା ପଞ୍ଚାୟତବାସିନ୍ଦା । ଚାନ୍ଦା ଆଦାୟ କରି ଦେଢ ଲକ୍ଷ ଟଙ୍କାରେ କିଣିଛନ୍ତି ଡଙ୍ଗା । ନାଗାବଳିରେ ଡଙ୍ଗା ଚାଲିଥିବାରୁ ସଚଳ ହୋଇଛି କେରେଡା ପଞ୍ଚାୟତବାସିନ୍ଦାଙ୍କ ଜୀବନ ଯାତ୍ରା । ଅନିଜାରେ ଥିବା ସେବାଶ୍ରମ ଛାତ୍ରଛାତ୍ରୀ ଏବେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସହଜରେ ସଦରମହକୁମାକୁ ଯାଇଆସି ପାରୁଛନ୍ତି । ତେବେ ନାଗାବଳୀରେ ଡଙ୍ଗା ଚଳାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳିନି । ଏପଟେ ନାଗାବଳୀ ଉପରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ବି ସରିବାର ନାଁ ଧରୁନି । ଏନେଇ ଆମେ ରାୟଗଡା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ତାହା ମିଳିପାରିନି । ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରି ନୟାନ୍ତ ହେବା ପରେ ନିଜ ଉଦ୍ୟମରେ ଡଙ୍ଗା ଟିଏ କିଣି ବେଶ୍ ଖୁସି ଅଛନ୍ତି ଏହି ପଞ୍ଚାୟତବାସୀ । ହେଲେ ନୂଆ ପୋଲ କେବେ ର୍ନିମାଣ ଏନେଇ ଚିନ୍ତାରେ ଗ୍ରାମବାସୀ ।

 

LEAVE A REPLY

Please enter your comment!
Please enter your name here