ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ଭିତରେ ୪୭ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡ, କଟକ, ନୟାଗଡରୁ ୫ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୮୪୮କୁ ବୃଦ୍ଧି ପାଇଛି । ସେପଟେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତକାଲି ୨୯୧୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ୩୫୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୨୮ ଏବଂ ଲୋକାଲ କେସ୍ ରହିଛି ୧୫୩୬ ରହିଛି । ଖୋର୍ଦ୍ଧାରୁ -୬୧୫, କଟକ- ୫୦୧, ଯାଜପୁର-୨୫୬, ଜଗତସିଂହପୁରରୁ ୧୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଟେ୍େ‌ଟ ପଜିଟିଭିଟି ରେଟ୍ ୫.୧୭ ପ୍ରତିଶତ ରହିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କର ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ରେ ପହଁଞ୍ଚିଛି ।

LEAVE A REPLY

Please enter your comment!
Please enter your name here