ମହାନଦୀର ବିସ୍ତିର୍ଣ୍ଣ ବାଲୁକା ସଜାରେ ତମ୍ବୁ ଟେଣ୍ଡ ସାଙ୍ଗକୁ ନଦୀ ଅବବାହିକାରେ ସୁନ୍ଦର କଟେଜ୍ । ଏଠାକାର ପରିବେଶ ଖୁବ୍ ମନୋରମ । ଗୋଟିଏ ପଟେ ପାହାଡ ଆଉ ଗୋଟିଏ ପଟେ ନଈ । ମହାନଦୀ କୂଳର ଏହି ଜାଗାଟି ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରୁଛି । ଭିତରେ ପର୍ଯ୍ୟଟକଙ୍କ ଲାଗି କେତେକ ଏସି କଟେଜ ଆଉ ଏସି ଟେଣ୍ଡ ରହିଛି । ଘଞ୍ଚ ଜଙ୍ଗଲରେ ସାଇକେଲିଂ ହେଉ ବା ମହାନଦୀର ଗଭୀର ଗଣ୍ଡରେ ବୋଟିଂର ଏକ୍ସପେରିମେଣ୍ଟ । ଏସବୁର ସମାରୋହ ଦେଖିବାକୁ ମିଳୁଛି ସାତ କୋଶିଆ ସ୍ୟାଣ୍ଡ ରିସୋର୍ଟରେ । ନୟାଗଡ ଜିଲ୍ଲା ବଡମୂଳ ଅଞ୍ଚଳରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ୪ ବର୍ଷ ହେଲା ନିଜର ସ୍ୱତନ୍ତ୍ରତା ଜାହିର କରି ଆସୁଛି ସାତ କୋଶିଆ ସ୍ୟାଣ୍ଡ ରିସୋର୍ଟ । ଏମିତି ଏକ ଜାଗା ଦେଖିଲେ ଆପଣଙ୍କର ବି ଇଛା ହେଉଥିବ ଟିକେ ବୁଲି ଆସିବ ପାଇଁ । ଯଦି କେବେ ଯିବେ ତାହେଲେ ଢେର ମଜା ନେବେ ଏହି ସ୍ଥାନର । ଗଛ , ପାଣି ପବନର ଏଠି ଖୋଲା ପରିବେଶ ଆପଣଙ୍କୁ ଖୁସି ହିଁ ଖୁସି ଦେବ ।