ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନେଇ ଘନଉଛି ଅଡୁଆ । ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ନେଇ ଆଜି ଗୃହରେ ବିରୋଧି କରିଛନ୍ତି ହୋ ହଲ୍ଲା । ସରକାରୀ ଖର୍ଚ୍ଚରେ ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ଦୁଇ ମହିଳାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧି । ମନ୍ତ୍ରୀ କେଉଁ ଅଧିକାରରେ ସରକାରୀ ଖର୍ଚ୍ଚରେ ଦୁଇ ମହିଳା ଅତିଥିଙ୍କୁ ନେଇ ବୁଲିବାକୁ ଯାଇଥିଲେ ଏ ବିଷୟରେ ମନ୍ତ୍ରୀ ସ୍ପଷ୍ଟୀ କରଣ ଦିଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ସନ୍ତୋସ ସିଂ ସାଲୁଜା । ସେହିପରି ବିଜେପି ମଧ୍ୟ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛି । ଅନ୍ୟପଟେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ସମୟର କିଛି ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହି ଫଟୋରେ ମନ୍ତ୍ରୀଙ୍କ ସହ ଦୁଇ ମହିଳାଙ୍କ ଫଟୋ ରହିଛି । ଏ ସମ୍ପର୍କରେ କଣ କହୁଛନ୍ତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶୁଣନ୍ତୁ ।

LEAVE A REPLY

Please enter your comment!
Please enter your name here