ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଛି ଷ୍ଟ୍ରିଟ ଫୁଡ୍ ଫେଷ୍ଟିଭାଲ । ଦେଶୀ ଓ ବିଦେଶୀ ଭେଜ୍ ନନଭେଜ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି । ଶୀତୁଆ ସନ୍ଧ୍ୟାରେ ଟେଷ୍ଟି ଟେଷ୍ଟି ଖାଦ୍ୟ ସାଙ୍ଗକୁ ରକବ୍ୟାଣ୍ଡରେ ମତୁଆଲା ହେଉଛନ୍ତି ଯୁବପିଢୀ । ବିଭିନ୍ନ ଦେଶରୁ ଆସିଥିବା ଶେଫ ମାନେ ଗ୍ରାହକଙ୍କୁ ଭେଟି ଦଉଛନ୍ତି ନିଜ ମନ ପସନ୍ଦର ଖାଇବା । କାକି ୟକି ମାକି ରୋଲ , ହିବାଚୀ ପ୍ରନ, ବିୟର ବି୍ରନେଡ ଚିକେନ , ଚିକେନ ରେଡ କରିର ଏମିତି କେତେ କଣ ଆଇଟମର ମଜା ନେଉଛନ୍ତି ଗ୍ରାହକ । ତେବେ ଉଚ୍ଚାରଣରେ ପାଟି ଲାଗୁଥିଲେ ବି ପାଟିକୁ ଖୁବ୍ ସୁଆଦିଆ ଲାଗୁଛି ଏହି ସବୁ ଡିସ୍ । ପ୍ରଦର୍ଶନୀ ପଡିଆରେ ଜମିଛି ଜାପାନିଜ୍ , ଥାଇ ଓ ଜର୍ମାନର ପ୍ରସିଦ୍ଧ ଖାଦ୍ୟର ଆସର । ମୋଟ୍ ୨୩ ଟି ଷ୍ଟଲରେ ୧୬ଟି ଦେଶର ସୁସ୍ୱାଦୁ ଖାଦ୍ୟ ମିଳୁଛି । ଗୋଟିଏ ପଟେ ଖାଦ୍ୟର ପସରା ଆଉ ଅନ୍ୟ ପଟେ ବଡ ସ୍କ୍ରିନରେ ହକି ମ୍ୟାଚର ମଜା ନେଉଛନ୍ତି ଦର୍ଶକ । ତେବେ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରଦର୍ଶନୀ ।

LEAVE A REPLY

Please enter your comment!
Please enter your name here