କରୋନାର ଦ୍ବିତୀୟ ଲହର ରୋକିବାକୁ ହେବ । କଟକ, ଭୁବନେଶ୍ବର ସମେତ କେତେକ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଯାଞ୍ଚ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ ଗାଇଡଲାଇନ ରହିଛି, ତାହାକୁ କଡାକଡି ପାଳନ କରାଯିବ । ସନ୍ଧ୍ୟା ପରଠୁ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଟିମ୍ ଚଢାଉ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ସେହିପରି ଶିକ୍ଷାନୁଷ୍ଠାନଗୁଡିକ ଉପରେ ମଧ୍ୟ ନଜର ରଖିବ ପ୍ରଶାସନ । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ନିୟମ ମଧ୍ୟ କଡାକଡି କରାଯିବ ।

LEAVE A REPLY

Please enter your comment!
Please enter your name here