ଆଜି ଭୁବନେଶ୍ୱରରୁ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୪ ରୁ ଲୋକାଲ କେସ୍ ୫୧ ଏବଂ କ୍ୱାରେଣ୍ଟିନ୍ ସେଣ୍ଟରରୁ ୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୦୪୩ । ସୁସ୍ଥ ୪୫୭ ହୋଇଥିବାବେଳେ ମୃତ ୧୧ । ଲକ୍ଷ୍ମୀବିହାର ବସ୍ତି, ଚିନ୍ତାମଣିଶ୍ୱର, ବିଶେଶ୍ୱର ବସ୍ତି, ଡୁମଡୁମା , ଇଷ୍ଟ ରେଲୱେ କଲୋନୀ, ଗଙ୍ଗନଗର, ନୟାପଲ୍ଲୀ ବେହେରା ସାହି, ଗଜପତି ନଗର, ଚକେଇ ସିଆଣୀ, ଓଲ୍ଡ ଟାଉନ୍‌, ଆଇଆରସି ଭିଲେଜ ତ୍ରୀନାଥ ବସ୍ତି, ପଳାଶୁଣୀ,ପାତ୍ରପଡା, ନୟାପଲ୍ଲୀ ଆଇଡି ମାର୍କେଟ, ଲକ୍ଷ୍ମୀସାଗର, ୟୁନିଟ-୯, ଏନ୍ ୫, ବୁଦ୍ଧେଶ୍ୱର କଲୋନୀରୁ ଜଣେ, ଡୁମଡୁମା ଏଚବି କଲୋନିରୁ , ୟୁନିଟ-୧, କଳିଙ୍ଗନଗର, ପଟିଆ, ବିଜେବି ନଗର, ସାଲିଆ ସାହି ନୀଳଚକ୍ର ନଗର, ସୂର୍ଯ୍ୟନଗର ବସ୍ତି, ଡେଲ୍ଟା କଲୋନୀ, ନୟାପଲ୍ଲୀ, ସିକ୍ୟୁରିଟି ଗାର୍ଡ ପ୍ରାଇଭେଟ୍ ହସ୍ପିଟାଲ, ପ୍ରାଇଭେଟ ହସ୍ପିଟାଲ ,ପଳାଶୁଣି ସତ୍ୟ ବିହାର, ସିରିପୁର ନୂଆସାହି, ନୟାପଲ୍ଲୀ ସୀତାପୁର ବସ୍ତି, କୋଳଥିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସହିଦନଗର, ନୟାପଲ୍ଲୀ ନୂଆସାହି, ଡୁମଡୁମା ରଘୁନାଥ ନଗର,ସେଣ୍ଟ୍ରାଲ ହସ୍ପିଟାଲରୁ ଦୁଇ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ ୪ ଜଣ ଏବଂ ୩ ପ୍ରାଇଭେଟ୍ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।ସରକାରୀ ହସ୍ପିଟାଲର ଜଣେ ଡ୍ରାଇଭର କେରୋନାରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here