ମୟୁରଭଞ୍ଜ ଜିଲ୍ଲା ଯଶିପୁର କଲେଜର ଯୁକ୍ତତିନି ବିଭାଗରେ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି | ୧୨୦ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ତାଲିମ ଶିବିର | ଗତ ଅଗଷ୍ଟ ୨୭ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଛି । ବର୍ତ୍ତମାନର ସାମାଜିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆତ୍ମରକ୍ଷା ପାଇଁ ଏଭଳି କାର୍ଯ୍ୟକ୍ରମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଯାହା ତାଲିମପ୍ରାପ୍ତ ଛାତ୍ରୀ ମାନଙ୍କୁ ଯେକୋୖଣସି ପରିସ୍ଥିତିର ମୁକାବିଲା କରିବାକୁ ଧର୍ଯ୍ୟ ଓ ସାହସ ଯୋଗାଇ ଦେଇଥାଏ । ମାଷ୍ଟରଟ୍ରେନର ନନ୍ଦି କୋଡା ଓ ସରସ୍ବତୀ ଟୁଡୁ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଆୟୋଜିତ ଉତ୍ସବରେ କଲେଜର ଅଧ୍ୟକ୍ଷ ଶିରିଶ ଚନ୍ଦ୍ର ସେଠୀ, ଶିବିର ସଂଯୋଜକ ଅଧ୍ୟାପକ ରଘୁନନ୍ଦନ ପଲେଇ, ସାମ୍ବାଦିକ ଦିଲିପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here