ନୂଆରୂପରେ ସ୍ୱର୍ଗଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆଜି ଉଦଘାଟନ କରିଛନ୍ତି । ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ନୂଆ ସ୍ୱର୍ଗଦ୍ୱାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲେ ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ପୁରୁଣା ସ୍ୱର୍ଗଦ୍ୱାରରେ ଥିବା ଅବ୍ୟବସ୍ଥା ଦୂର କରିବା ଏବଂ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ଲକ୍ଷ୍ୟ ରଖି ସ୍ୱର୍ଗଦ୍ୱାରର ରିମଡେଲିଂ କାର୍ଯ୍ୟ ଫେବୃଆରୀ 2020 ରୁ ଆରମ୍ଭ ହୋଇଥିଲା । ସ୍ୱର୍ଗଦ୍ୱାରକୁ ଅଧିକ ଉପଯୋଗୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାରରେ ଥିବା ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ 1.3 ଏକର ଜମି ଉପରେ ସ୍ୱର୍ଗଦ୍ୱାରର ନିର୍ମାଣ କାର୍ଯ୍ୟ କରାଯାଇଛି । ଦୁଇମହଲା ନିର୍ମାଣ ସ୍ଥଳରେ ତଳେ ଏକକାଳୀନ 28ଟି ଶବସଂସ୍କାର ପାଇଁ ବ୍ୟବସ୍ଥା ରଖାଯାଇଛି । ଏହାବ୍ୟତୀତ କାଠ ଷ୍ଟୋର୍, କାଉଣ୍ଟର ଏବଂ ସଂସ୍କାର ପୂର୍ବରୁ ରିତୀନୀତି ପାଳନ ପାଇଁ ସ୍ଥାନ ରଖାଯାଇଛି । ପ୍ରଥମ ମହଲାରେ ମ୍ୟାନେଜରଙ୍କ ପାଇଁ ପ୍ରକୋଷ୍ଠ, ପ୍ରତୀକ୍ଷାଳୟ, ଏବଂ ପ୍ରଶାସନିକ ବ୍ଲକ ରଖାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ପାଇଁ ପୃଥକ କ୍ବାର୍ଟର ମଧ୍ୟ ନିର୍ମାଣ କରାଯାଇଛି । ସ୍ୱର୍ଗଦ୍ୱାର ରିମଡେଲିଂ ପାଇଁ 5 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ 6.37 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

LEAVE A REPLY

Please enter your comment!
Please enter your name here