ଆର୍ୟୁବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବ୍ୟାପକ ଗବେଷଣା କରାଯିବା ଆବଶ୍ୟକ ରହିଛି ।  ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଥିବାରୁ ସରକାର ଏହିସବୁ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି । ପ୍ରଥମ ଆର୍ନ୍ତଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ହେଲଥ ମେଡିକନ-୨୦୧୯ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହି ସମ୍ମିଳନୀର ନିର୍ଯାସ କାର୍ଯ୍ୟକାରୀ କରିବାକୁ ସରକାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି ଏବଂ ଓୟୁଏଟିର ମିଳିତ ଉଦ୍ୟମରେ ଆୟୋଜିତ ଏହି ସମ୍ମିଳନୀରେ ବିହାର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ,ସାସଂଦ ପ୍ରସନ୍ନ ପାଟ୍ଟଶାଣୀ , ପ୍ରଫେସର ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗ ବିଶେଷଜ୍ଞ ଦମ୍ପତି ଦିନେଶ ପ୍ରସାଦ ସ୍ୱାଇଁ ଏବଂ ପ୍ରତିଭା ଶ୍ରୀଙ୍କୁ ଯୋଗରତ୍ନ ଉପାଧି ପ୍ରଦାନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here