ନିଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ସାର୍ବଭୌମତ୍ୱ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ମୁଦାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଡଃ ଜାହାନ ଆରା ବେଗମ ଏବଂ ସଂସ୍କୃତି ସୁରକ୍ଷା ସମିତିର ପ୍ରାନ୍ତ ଅଧ୍ୟକ୍ଷ ନୃସିଂହ ଚରଣ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ମହାକାଳପଡାର ୨ ଜଣ ସାହସୀ ବାଳିକା ପୂର୍ଣ୍ଣିମା ବରୀ ଓ ସବିତା ବରୀଙ୍କୁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here