ମୌସୁମୀ ଆସିଲା ଲୁଚକାଳି ଖେଳ ଖେଳି ଉଭେଇ ଗଲା । ଜୁନ ମାସ ସାଧାରଣତ ବର୍ଷାରେ ଭିଜେ କିନ୍ତୁ ଏଥର ସମ୍ପୁର୍ଣ୍ଣ ଭିନ୍ନ ଥିଲା । ଜୁନ ମାସରେ ବି ଡହ ଡହ ଖରା ଆଉ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଥିଲେ ରାଜ୍ୟବାସୀ । ବର୍ତମାନ ରାଜ୍ୟ ବାସୀଙ୍କୁ ଆଶ୍ୱସ୍ଥ କଲା ଭଳି ଖବର ଆସିଛି । ଜୁନ ୩୦ ତାରିଖରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଆସିଥିଲେ ବି ବର୍ଷାର ପରିମାଣ କମ ହେବାର କାରଣ ହେଉଛି ଲଘୁଚାପ । ଆସନ୍ତାକାଲିଠାରୁ ଓଡିଶାର ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ବର୍ଷା ହେବ ଓ ଧିରେ ଧିରେ ଏହାର ପରିମାଣ ବଢିବ । ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବ ।

LEAVE A REPLY

Please enter your comment!
Please enter your name here