ଡାକ୍ତରଖାନାରୁ ଗାଁକୁ ଆଣି ଗୁଣିଆର ଝଡାଫୁଙ୍କା । କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳ ନୁହେଁ । କେନ୍ଦ୍ରପଡା ଭଳି ଉପକୂଳ ଜିଲ୍ଲାରେ ଗୁଣି ଗାରେଡି ପ୍ରତି ରହିଥିବା ଅନ୍ଧ ବିଶ୍ୱାସର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରୋଗିଣା ପିଲାକୁ ଡାକ୍ତରଖାନା ନେବା ବଦଳରେ ପରିବାର ଲୋକେ ଗୁଣିଆ ଡାକି ଝଡାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗାଙ୍ଗପଡା ଗ୍ରାମରେ । ଗାଁର ୭ ବର୍ଷର ଶିଶୁ ସୁମନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲା । ଶିଶୁଟିକୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସୁମନ୍ତକୁ କଟକ ଡାକ୍ତରଖାନାକୁ ରେଫର କରିଥିଲେ । ସେଠାରେ ସୁମନ୍ତକୁ ମୃତ ଘୋଷଣା କରିଥିଲେ ଡାକ୍ତର । କିନ୍ତୁ ଶିଶୁ ଭବନରୁ ପିଲାଟିର ବାପା ଫେରାଇ ଆଣି ଗୁଣି ଗାରେଡି ଝଡା ଫୁଙ୍କା କରାଇଥିଲେ । ଜଣେ ନୁହେଁ ଦୁଇ ଜଣ ଗୁଣିଆ ପିଲାଟିକୁ ଝଡଫୁଙ୍କା କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here