ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ପୋଷ୍ଟମଟର୍ମ ରିପୋର୍ଟ ବୁଧବାର ପୋଲିସ ହାତରେ ହସ୍ତଗତ ହୋଇଛି. ତେବେ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ନିକିତାଙ୍କ ମୃତ୍ୟୁ ହୋଇଥିବା ଡିସିପି ଅଖିଳେଶ ସିଂ ସୂଚନା ଦେଇଛନ୍ତି. ଏହି ଘଟଣାରେ, ପୂର୍ବରୁ ପୋଲିସ ନିକିତାଙ୍କ ସ୍ୱାମୀ ଲିପନଙ୍କୁ ଗିରଫ କରିଥିଲା ଏବଂ ପଚରାଉଚୁରା ସମୟରେ ସେ ନିକିତାଙ୍କୁ ଛାତରୁ ଠେଲି ଦେଇଥିବା ମାନିଥିଲା. ପରେ ପୋଲିସ ଲିପନକୁ କୋର୍ଟ ଚାଲାଣ କରିଥିଲା. ଆଉ ବର୍ତ୍ତମାନ ସେ ଜେଲରେ ଅଛି. ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ଲିପନର ବାପା ଓ ମାଙ୍କୁ ଥାନାରେ ହାଜର ହେବାକୁ କହିଥିଲା. ମାତ୍ର ସେମାନେ ନ ଆସିବାରୁ ପୋଲିସ ବୁଧବାର ତାଙ୍କ ଘରକୁ ଯାଇଥିଲା. ହେଲେ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସେମାନେ ଫେରାର ହୋଇଯାଇଥିବା ପୋଲିସ କହିଛି.














