ପୁଣି ୩ଜଣ ଅଧିକାରୀଙ୍କ ଉପରେ ପଡିଲା ରାଜ୍ୟସରକାରଙ୍କ ଛାଟ | ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ନେଇ ରାଜ୍ୟସରକାର ପୁଣି ଗ୍ରହଣ କଲେ କଡା ଆଭିମୁଖ୍ୟ | ଦୁର୍ନୀତି ଅଭିଯୋଗରେ ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତିି ସରକାର | ୩ ଅଧିକାରୀ ସନ୍ତ କୁମାର ବେହେରା, ପୂର୍ବତନ ଉପ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ଓ ଡେପୁଟୀ କଞ୍ଜରଭେଟର ଶରତ ଚନ୍ଦ୍ର ପଣ୍ଡା | ଚାକିରିରୁ ବିଦା ହୋଇଥିବା ଅଧିକାରୀ ହେଉଛନ୍ତି ବସନ୍ତ କୁମାର ବେହେରା ୨୦୧୮ରେ ଢେଙ୍କାନାଳରେ ଆରଟିଓ ଥିଲେ । ସେହି ସମୟରେ ତାଙ୍କୁ ୩କ୍ଷ ୬୧ହଜାର ଟଙ୍କା ଜବତ କରାଯାଇଥିଲା ଭିଜିଲାନ୍ସ । ସେହିପରି ୨୦୧୨ ମସିହାରେ କଟକରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରି ଘରୁ ନଗଦ ୪୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିଲା । ସେ ତାଙ୍କ ନାମରେ ସମୁଦାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବାର ଭିଜିଲାନ୍ସ ମାମଲା ରୁଜୁ କରିଥିଲା | ଦ୍ୱିତୀୟ ପୂର୍ବତନ ଉପ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର । ୨୦୧୨ରେ ଭିଜିଲାନସ୍ ଚଢାଉ କରି ଅଢେଇ କୋଟି ଟଙ୍କା ଜବତ କରିଥିଲେ । ୨୦୧୨-୧୫ରେ ତାଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯାଇଥିଲା । ତୃତୀୟ ଜଣକ ହେଉଛନ୍ତି ଶରତ ଚନ୍ଦ୍ର ପଣ୍ଡା ନୂଆପଡା ଜିଲ୍ଲାର ଖରିଆର ଡିଭିଜନରେ ଡେପୁଟୀ କଞ୍ଜରଭେଟର ଭାବେ କାର୍ଯ୍ୟ କରୁଥିଲେ । ବିମୂୁଦ୍ରାକରଣ ସମୟରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଂଟରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜମା ହୋଇଥିଲା । ଏହା ଜଣାପଡିବା ପରେ ତାଙ୍କୁ ୨୦୧୭ ମସିହାରେ ଆୟ ବର୍ହିଭୂତ ସମ୍ପତିଠୁଳ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here