ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡଘଡି ସହ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩୦ରୁ ୧ ତାରିଖ ଯାଏଁ ବିଜୁଳି , ଘଡଘଡି ସହ ଝଡ ପବନ ସମ୍ଭାବନା ରହିଛି । କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଏବଂ କେନ୍ଦ୍ରପଡା ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର କିଛି କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ । ସେହିଭଳି ଉତ୍ତର ଉପକୂଳ ଓଡିଶାର ୬ ଜିଲ୍ଲା ସମେତ ମୟୂରଭଞ୍ଜ, ଅନୁୁଗୁଳ, କେନ୍ଦୁଝର , ଢେଙ୍କାନାଳ ,ଖୋର୍ଦ୍ଧା , ବୌଦ୍ଧ ଜିଲ୍ଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ , ପବନ ବହିବାର ସମ୍ଭାବନା ରହିଛି । ଆଜି ୧୨ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ , ଢେଙ୍କାନାଳ, କଟକ, ଖୋର୍ଦ୍ଧା , ବାଲେଶ୍ୱର ଅନୁଗୁଳକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here