ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀକଲୋନି ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ସନ୍ତୋଷ ତାଙ୍କ ବାପାମାଆଙ୍କ ସହ ରହୁଥିଲେ । ଅପମୃତ୍ୟୁ ମାମଲା ରୁଜୁ ସହ ଉଦିତନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଜୁନ୍ ୧୯ରେ ରଶ୍ମୀରେଖା ଭୁବନେଶ୍ୱର ନୟାପଲ୍ଲୀ ଘରେ ଆତ୍ମହତ୍ୟା କରିଥିଲେ । ଘଟଣାରେ କମିଶନରେଟ୍ ପୋଲିସ ସନ୍ତୋଷକୁ ଜେରା କରିଥିଲା ।

LEAVE A REPLY

Please enter your comment!
Please enter your name here